ଖୁବ୍‌ଶୀଘ୍ର କଳାହାଣ୍ଡିରେ କୋଭିଡ ହସ୍ପିଟାଲ: ଦିନିକିଆ ଗସ୍ତରେ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର

ଭବାନୀପାଟଣା/ଧର୍ମଗଡ,୧୫।୪(ଡି.ଏନ୍‌.ଏ.): ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆସି ଭବାନିପାଟଣାଠାରେ ହେବାକୁ ଥିବା କୋଭିଡ ହସ୍ପିଟାଲର ସମୀକ୍ଷା କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କଳାହାଣ୍ଡି ଇଂଜିନିୟରିଂ କଲେଜରେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ପ୍ରସ୍ତୁତି ପାୟ ସମାପ୍ତ ହୋଇଛି। ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଏହା ହେବ ବୋଳି ଜଣାପଡ଼ିଛି। ଏଥିସହ କଳାହାଣ୍ଡିରେ କରୋନା ସ୍ଥିତିକୁ ନେଇ ମଧ୍ୟ ଦୁଇ ସଚିବ ସମୀକ୍ଷା କରିଥିଲେ। ଏହି ସମୟରେ କଳାହାଣ୍ଡି ଜିଲାପାଳ ଗାଭାଳି ପରାଗ ହର୍ଷଦ ଏବଂ ଏସ୍‌ପିି ବି ଗଙ୍ଗାଧର ମଧ୍ୟ ଉପସ୍ଥିତ ଥିଲେ।

Share