ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରଣାଳୟ ତଥା ଫର୍ଟିଲାଇଜର୍ସ ବିଭାଗ ଓ ତାଳଚେର ଫର୍ଟିଲାଇଜର୍ସର ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି ା ଉକ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଏହା ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ଏବଂ ଦେଶକୁ ଗ୍ୟାସ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ସାମାଜିକ ଗଣମାଧ୍ୟମ ଜରିଆରେ ମତବ୍ୟକ୍ତ କରିଛନ୍ତି।