ଖୁବ୍‌ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍‌

ଗତ କିଛିବର୍ଷ ହେବ ବଲିଉଡ୍‌ରେ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କ ବାୟୋପିକ୍‌କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହାଛଡ଼ା ଦଙ୍ଗଲ, ମୈରୀ କମ୍‌, ଭାଗ୍‌ ମିଲ୍‌ଖା ଭାଗ, ସୁରମା, ଗୋଲ୍ଡ ପରି ଖେଳ ଉପରେ ଆଧାରିତ ବାୟୋପିକ୍‌କୁ ଦର୍ଶକ ବେସ୍‌ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ମିତାଲି ରାଜଙ୍କ ବାୟୋପିକ୍‌ ଉପରେ କାମ ଚାଲିଛି। ଏଥିରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଏବେ ଯାହା ଶୁଣିବାକୁ ମିଳୁଛି ଖୁବ୍‌ଶୀଘ୍ର ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ବାୟୋପିକ୍‌ ନିର୍ମାଣ ହେବ। ଏ ନେଇ କିଛିଦିନ ପୂର୍ବେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ସୌରଭଙ୍କ ସହ କଥାବାର୍ତ୍ତା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ସୌରଭଙ୍କୁ ଦାଦା କୁହାଯାଉଥିବାରୁ ଫିଲ୍ମର ନାମ ‘ଦାଦାଗିରି’ ହେବ ବୋଲି ଅନୁମାନ କରାଯାଉଛି।

Share