ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରିବେ ବଲିଉଡ୍‌ ବାଦଶାହ

ମୁମ୍ବାଇ:ଗତ କିଛି ଦିନରୁ ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିପାରିନାହିଁ। ୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜିରୋ’ ମଧ୍ୟ ତାଙ୍କୁ କିଛି ଖାସ୍‌ ସଫଳତା ଦେଇ ନ ଥିଲା। ଏବେ ପଯର୍ର୍‌ୟନ୍ତ ଶାହରୁଖ ଗୋଟିଏ ବି ଫିଲ୍ମର ଶୁଟିଂ କରି ନାହାନ୍ତି। ହେଲେ ଶାହରୁଖ ତାଙ୍କ ପ୍ରଶଂସକଙ୍କୁ ଆଉ ଅପେକ୍ଷା କରାଇବେ ନାହିଁ। କାରଣ ସେ ଗୋଟିଏ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଶାହରୁଖ ଏକ କମେଡି, ଆକ୍ସନ ଓ ଥ୍ରିଲର ଫିଲ୍ମରେ ନଜର ଆସିବେ। ନିଜ ୫୪ତମ ଜନ୍ମଦିନ ଅବସରରେ ଶାହରୁଖ ଏହି ଫିଲ୍ମ ନେଇ ଘୋଷଣା କରିଥିଲେ। ଆସନ୍ତା ବର୍ଷ ରାଜ ନିଦିମୋରୁ ଓ କୃଷ୍ଣା ଡିକେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ବଡ଼ ବଜେଟରେ ତିଆରି ହେବାକୁ ଯାଉଥିବା ଷ୍ଟାଇଲିଶ୍‌ ଆକ୍ସନ ଫିଲ୍ମରେ ଶାହରୁଖ ଅଭିନୟ କରିବେ। ଆଉ ଫିଲ୍ମର ଶୁଟିଂ ଶାହରୁଖଙ୍କ ପ୍ରଡକ୍ସନ ହାଉସ୍‌ରେ କରାଯିବା ସହ ଭାରତ ଓ ବିଦେଶରେ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଫିଲ୍ମରେ ଆକ୍ସନ ସିକ୍ୱେଏନ୍ସ ପାଇଁ ବିଦେଶରୁ ଷ୍ଟଣ୍ଟମ୍ୟାନ ଆସିବେ ବୋଲି ଜଣାପଡ଼ିଛି। ଏବେ ଫିଲ୍ମର ସ୍କ୍ରିପ୍ଟ ଫାଇନାଲ ଷ୍ଟେଜ୍‌ରେ ଥିବା ବେଳେ ଏହାପରେ ଶୁଟିଂର ସ୍ଥାନକୁ ଚୟନ କରାଯିବ। ଏହି ଫିଲ୍ମରେ ପପୁଲାର ଅଭିନେତ୍ରୀଙ୍କୁ କାଷ୍ଟ କରାଯିବାକୁ ନେଇ ଯୋଜନା କରାଯାଉଥିବା ବେଳେ ୨୦୨୧ରେ ବଡ଼ ପରଦାକୁ ଆସିବ।

Share