ଖୁବ୍‌ଶୀଘ୍ର ବିଏମ୍‌ସି ବାଣ୍ଟିବ ସ୍ମାର୍ଟ କିଓସ୍କୋ

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ)
ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଏ ନିର୍ମାଣ ହୋଇଥିବା ସ୍ମାର୍ଟ ଭେଣ୍ଡିଂ ଜୋନ୍‌ ବିଏମ୍‌ସିକୁ ହସ୍ତାନ୍ତର ହୋଇସାରିଛି। ସେଥିରେ ଥିବା ୧୫୦ଟି ସ୍ମାର୍ଟ କିଓସ୍କୋକୁ ଖୁବ୍‌ଶୀଘ୍ର ବ୍ୟବସାୟୀମାନଙ୍କୁ ବଣ୍ଟାଯିବ। ଏନେଇ ବିଏମ୍‌ସି ପକ୍ଷରୁ ସୋମବାର ପ୍ରକୃତ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସେ କହିଛନ୍ତି, ଯାହାର ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ଠିକ ଥିବ ସେମାନଙ୍କୁ ପ୍ରାଥମିକତା ଦିଆଯିବ। କେତେଜଣ ଦୋକାନୀ କୋର୍ଟରେ କେସ୍‌ କରିଛନ୍ତି, ତାହା ମଧ୍ୟ ଦୃଷ୍ଟି ଦିଆଯାଇଛି। ଭୁବନେଶ୍ୱରର ଜନପଥକୁ ସ୍ମାର୍ଟଲୁକ୍‌ ଦେବା କାର୍ଯ୍ୟ ଚାଲିଛି। ପୂର୍ବରୁ ଥିବା ଭେଣ୍ଡିଂ ଜୋନ୍‌ଗୁଡ଼ିକ ଭଙ୍ଗାଯାଇ ସେଥିରେ ସ୍ମାର୍ଟ କିଓସ୍କୋ ତିଆରି କରାଯାଉଛି।

Share