ଖୁବ୍‌ଶୀଘ୍ର ବିଏସ୍‌ଏଲ୍‌ସିରେ ଆରମ୍ଭ ହେବ ଖନନ ପ୍ରକ୍ରିୟା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍‌ ଲାଇମ୍‌ କମ୍ପାନୀ ଲିମିଟେଡ(ବିଏସ୍‌ଏଲ୍‌ସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି ା ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାଗୁଡିକ ପ୍ରଭାବିତ ହେବେ ନାହିଁ ବୋଲି ସୋମବାର ଇସ୍ପାତ୍‌ ମନ୍ତ୍ରଣାଳୟରେ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସୂଚନା ଦିଆଯାଇଛି ା ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି ା ସେଲ୍‌ ଏବଂ ଆରଆଇଏନଏଲ ବିଏସ୍‌ଏଲ୍‌ସିରୁ ଅଗ୍ରୀମ ଭାବରେ ଡୋଲାମାଇଟ୍‌ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ା ଏଥିପାଇଁ ଏକ ଦୀର୍ଘମିଆଦୀ ଯୋଜନା ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ା ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ା ବୈଠକରେ ଇସ୍ପାତ୍‌ ରାଷ୍ଟ୍ରମନ୍ତ୍ରୀ ଫଗନ୍‌ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ା ପ୍ରକାଶ ଯେ, ରାଷ୍ଟ୍ରୀୟ ଇସ୍ପାତ୍‌ ନିଗମ ଲିମିଟେଡ୍‌ର ସହାୟକ କମ୍ପାନୀ ବିଏସ୍‌ଏଲ୍‌ସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲାରେ ଖନନ ଏବଂ ବିପଣନ ଚୂନ ପଥର ଓ ଡୋଲାମାଇଟର କାରବାର କରୁଛି ା ବିଗତ କିଛିଦିନ ଧରି ବିଏସ୍‌ଏଲ୍‌ସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା ା ଏହି ମାମଲାକୁ ଜୁଏଲ ଓରାମ ଏବଂ ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା

Share