ଖୁବ୍‌ଶୀଘ୍ର ବିଜେଡି ସାଙ୍ଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଖୁବ୍‌ଶୀଘ୍ର ୩୩ ସାଙ୍ଗଠନିକ ଜିଲା ପାଇଁ ସଭାପତି ଘୋଷଣା କରାଯିବ। ଏନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣାପଡିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଅନୁମୋଦନ କରିଥିବା ଜଣାପଡିଛି। ଦଳର ସାଙ୍ଗଠନିକ ନିର୍ବାଚନ ଗତ ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଚଳିତ ମାସ ୨୬ ଯାଏ ଚାଲିବ ବୋଲି ସମୟ ଧାର୍ଯ୍ୟହୋଇଥିଲା। ତେବେ ୫ ପର୍ଯ୍ୟାୟରେ ହେଉଥିବା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟସୂଚୀ ପ୍ରାୟତଃ ସମାପ୍ତ ହୋଇଥିବା ଜଣାପଡିଛି। ସେହିଭଳି ଦଳର ୨ ଛାମୁଆ ସଙ୍ଗଠନ(ଯୁବ ଓ ଛାତ୍ର)ର ପୁନର୍ଗଠନ ସମ୍ଭାବନା ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Share