ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା ଉପରେ କୌଣସି ସ୍ପଷ୍ଟ ଟିପ୍ପଣୀ ଦେଇନାହାନ୍ତି। ହେଲେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଥିବା ଜଣାପଡ଼ିଛି। କୌଣସି ପାର୍ଟି ହେଉ କିମ୍ବା ଅନ୍ୟ କୌଣସି ଇଭେଣ୍ଟ୍‌ ସବୁଥିରେ ଅର୍ଜୁନଙ୍କର ଯେତେ ବି ଫଟୋ ରହିଛି, ସେଥିରେ ମଲାଇକା ପାଖାପାଖି ରହିଛନ୍ତି। କେବଳ ଏତିକି ନୁହେଁ, ନିକଟରେ ମଲାଇକା ନିଜେ ସ୍ବୀକାର କରିଥିଲେ ଯେ, ଉଭୟଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ରହିଛି। ଉଭୟ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏହି କାରଣରୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ସବୁ ହାତଛଡ଼ା କରୁଛନ୍ତି। କୁହାଯାଉଛି, ଏହାକୁ ସେମାନେ ‘ହ୍ବାଇଟ୍‌ ୱେଡିଂ’ ନାମରେ ନାମିତ କରିଛନ୍ତି। ଏହି ୱେଡିଂ ଅନୁସାରେ, ସେମାନେ ଈଶାଈ ପରମ୍ପରା ଅନୁସାରେ ବିବାହ କରିବେ। ଅର୍ଥାତ୍‌ ଲୋକଙ୍କ ମତ, ମଲାଇକାଙ୍କ ବିବାହ ୨୦୨୦ ପ୍ରାରମ୍ଭରେ ହୋଇପାରେ। ଏଥିପାଇଁ ସେମାନେ ଇଣ୍ଡଷ୍ଟ୍ରିର କିଛି ଖାସ୍‌ ପରିଚିତ ବ୍ୟକ୍ତି ଏବଂ ନିକଟତମ ସମ୍ପର୍କୀୟଙ୍କୁ ଡାକି ଆଡ଼ମ୍ବର ସହକାରେ ଏକ ଭୋଜି ଦେବେ।

Share