ମୁମ୍ବାଇ: ଜଣାଶୁଣା ଟିଭି ସିରିୟଲ ‘ଜସି ଜୈସି କୋଇ ନେହିଁ’ରୁ ପପୁଲାର ହୋଇଥିବା ମୋନା ସିଂହ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଉ ଏଥିପାଇଁ ବିବାହ ପୂର୍ବରୁ ସେ ନିଜର ସମସ୍ତ କାମ ଓ ଶୁଟିଂ ଶେଷ କରୁଥିବା ଜଣାପଡ଼ିଛି। ୩୮ବର୍ଷୀୟ ଏହି ଟେଲି କଳାକାର ସାଉଥର ଜଣେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। କାରଣ ମୋନା ଶୋ ମେକର୍ସଙ୍କୁ ଶୁଟିଂ ସେଡ୍ୟୁଲକୁ ଶୀଘ୍ର ସାରିବାକୁ କହିବା ସହ ଲମ୍ବା ଛୁଟିରେ ଯିବାକୁ ପ୍ଲାନିଂ କରୁଛନ୍ତି। ତେବେ ଏଥିରୁ ସେ ବିବାହ କରୁଛନ୍ତି ବୋଲି ଅନୁମାନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ମୋନା ଆମିର ଖାଁଙ୍କ ସୁପରହିଟ୍ ଫିଲ୍ମ ୩ ଇଡିୟଟ୍ସରେ ନଜର ଆସିଥିବା ବେଳେ ଏବେ ଫିଲ୍ମ ଲାଲ ସିଂହ ଚଢ଼ାରେ ବି ତାଙ୍କ ଅଭିନୟ ଦେଖିବାକୁ ମିଳିବ।