Categories: ଜାତୀୟ

ଖୁବ୍‌ଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ବସିପାରନ୍ତି ନଡ୍ଡା

ନୂଆଦିଲ୍ଲୀ,୧୨।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଖୁବ୍‌ଶୀଘ୍ର ଜେ.ପି ନଡ୍ଡା ବସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଆସନ୍ତା ୧୯ କିମ୍ବା ୨୦ ଜାନୁୟାରୀରେ ତାଙ୍କୁ ଏହି ପଦ ମିଳିପାରେ। ଆଲୋଚନା ହେଉଛି କି ୧୯ ଜାନୁୟାରୀରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ରାଜ୍ୟରେ ହେଉଥିବା ନିର୍ବାଚନ ଶେଷ ହୋଇଯିବ। ଆଉ ଏହାପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଗି ନିର୍ବାଚନ ହେବ। ତେବେ ନଡ୍ଡାଙ୍କୁ ଏହି ପଦ ମିଳିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଯଦି ଏହା ହେଲା ତେବେ ନଡ୍ଡା ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟକରିବେ। ଏବେ ଭାଜପା ସଙ୍ଗଠନର ନିର୍ବାଚନ ଚାଲିଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ରାଜ୍ୟରେ ନିର୍ବାଚନ ସରିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ। ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ନଡ୍ଡାଙ୍କୁ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ମିଳିଥିଲା।

Share