ଖୁବ୍‌ଶୀଘ୍ର ରିଲିଜ୍‌ ହେବ ହାଉସ୍‌ ଫୁଲ୍‌-୪ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ ଫୁଲ-୪’କୁ ତାଙ୍କର ଫ୍ୟାନମାନେ ଅପେକ୍ଷା ରଖିଛନ୍ତି। ତେବେ ଖୁବ୍‌ଶୀଘ୍ର ଏହାର ଟ୍ରେଲର୍‌ ରିଲିଜ୍‌ ହେବ ବୋଲି ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା। ସୂଚନା ଅନୁଯାୟୀ ଏହାର ଟ୍ରେଲର ଆସନ୍ତା ୨୭ ତାରିଖରେ ରିଲିଜ୍‌ କରାଯିବ। ଏଥିରେ ଅକ୍ଷୟଙ୍କ ସହ ରିତେଶ ଦେଶମୁଖ, ବବି ଦେଓଲ, କୃତି ଖରବନ୍ଦା, ପୂଜା ହେଗଡେ ଆଦିଙ୍କୁ ଦେଖିବାକୁ ମିଳିବ। ଫରହାଜ ସାମଜି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜକ କରିଛନ୍ତି ସାଜିଦ ନାଡିଓ୍ବାଡଓ୍ବାଲା। ଏହା ଆସନ୍ତା ଅକ୍ଟୋବର ୨୬ ଅର୍ଥାତ୍‌ ଦୀପାବଳୀ ଅବସରରେ ରିଲିଜ୍‌ ହେବାର ଯାଜନା ରହିଛି।

Share