ଖୁବ୍‌ କମ୍‌ ଭୋଟରେ ଆଗରେ ଅଛନ୍ତି ଫଡନବିଶ

ନାଗପୁର,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଗୁରୁବାର ଭୋଟ ଗଣତି ଦ୍ରୁତ ଗତିରେ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ବର୍ତ୍ତମାନ ସୁଦ୍ଧା ଖୁବ୍‌ କମ୍‌ ବ୍ୟବଧାନରେ ଅର୍ଥାତ୍‌ ମାତ୍ର ୮୩୯୮ ଖଣ୍ଡ ଭୋଟରେ ତାଙ୍କ ପ୍ରତିଦ୍ୱନ୍ଦିଙ୍କଠାରୁ ଆଗରେ ଥିବା ସୂଚନା ମିଳିଛି। ସେ ମହାରାଷ୍ଟ୍ରର ନାଗପୁର ଦକ୍ଷିଣ-ପୂର୍ବ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏଠାରେ ମୋଟ ୨୮୮ ଆସନ ପାଇଁ ଗତ ସୋମବାର ଭୋଟ ଗ୍ରହଣ କରାଯାଇଥିବା ବେଳେ ଗୁରୁବାର ଗଣତି ପ୍ରକ୍ରିୟା ଚାଲିଛି।

Share