Categories: ଜାତୀୟ

ଖୁବ୍‌ ଶୀଘ୍ର ନାଗରିକତ୍ୱ ହରାଇବେ ସୋନିଆ-ରାହୁଲ: ସୁବ୍ରମଣ୍ୟମ୍‌ ସ୍ବାମୀ

ହାଇଦ୍ରାବାଦ୍‌,୨୦।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଭାରତର ନାଗରିକତ୍ୱ ହରାଇବେ ବୋଲି ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି। ଏ ସମ୍ପର୍କିତ ଦସ୍ତାବିଜ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଟେବୁଲରେ ରହିଛି। ଶାହା ଏ ବିଷୟରେ ଶୀଘ୍ର ନିଷ୍ପତ୍ତି ନେବେ। ଭାରତର ନାଗରିକ ହୋଇ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥିବା ସୋନିଆ ଏବଂ ରାହୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାମୀ କହିଛନ୍ତି। ହାଇଦ୍ରାବାଦ୍‌ ବିଶ୍ୱବିଦ୍ୟାଳୟରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କିତ ଏକ ଆଲୋଚନା ଯୋଗ ଦେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସ୍ବାମୀଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share