ଖୁବ୍‌ ହସାଇଲା ‘ଟୁ ମଚ୍‌’

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଷ୍ଟାଣ୍ଡ୍‌-ଅପ୍‌ କମେଡିର କ୍ରେଜ୍‌ ଧୀରେ ଧୀରେ ଭୁବନେଶ୍ୱରରେ ଅଧିକ ଦେଖୁଥିବା ବେଳେ ଶନିବାର ସନ୍ଧ୍ୟାରେ ଏକ ଦମ୍‌ଦାର୍‌ ଷ୍ଟାଣ୍ଡ୍‌-ଅପ୍‌ କମେଡି ଶୋ’ର ମଜା ନେଇଥିଲେ ରାଜଧାନୀବାସୀ। ଦେଶର ଦୁଇ ଖ୍ୟାତନାମା ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ ଦେବେଶ ଦୀକ୍ଷିତ ଏବଂ ସୃଜନ କୌଶିକଙ୍କ ହ୍ୟୁମର୍‌ ଓ ଲାଇଭ୍‌ ଜୋକ୍‌ ଦର୍ଶକଙ୍କୁ ଖୁବ୍‌ ହସାଇଥିଲା। ଭୁବନେଶ୍ୱରର ହାସ୍ୟପ୍ରେମୀ ଦର୍ଶକଙ୍କ ପାଇଁ ଏଭଳି ଏକ ଶୋ’ର ଆୟୋଜନ କରିଥିଲା ‘ରାଉଣ୍ଡ ଟେବୁଲ୍‌ ଇଣ୍ଡିଆ’ ଏବଂ ‘ବିଏମ୍‌ଆର୍‌ଟି ୯୩’। ହୋଟେଲ କ୍ରାଉନ୍‌ଠାରେ ଅନୁଷ୍ଠିତ ଏହି ଷ୍ଟାଣ୍ଡ୍‌-ଅପ୍‌ କମେଡି ଶୋ’ ‘ଟୁ ମଚ୍‌’ ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିବା ବେଳେ ଏହା ସବୁବର୍ଗର ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

ଫାଲ୍‌କନ୍‌ ରିୟଲ ଇଷ୍ଟେଟ୍‌, ‘ଧରିତ୍ରୀ’, ‘ଓଡ଼ିଶା ପୋଷ୍ଟ’, ‘ଖିମ୍‌ଜୀ’, ‘ରେଡ୍‌ ଏଫ୍‌ଏମ୍‌’ ଏବଂ ଜାଗୁଆର୍‌ ସହଯୋଗରେ ଆୟୋଜିତ ଏହି ଭିନ୍ନସ୍ବାଦର ଷ୍ଟାଣ୍ଡ୍‌-ଅପ୍‌ ଲାଇଭ୍‌ ଶୋ’ ପ୍ରାରମ୍ଭରେ ଓଡ଼ିଶାର ଲୋକପ୍ରିୟ ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ ପ୍ରିୟରଞ୍ଜନ ପ୍ରବଳ ହସାଇଥିଲେ। ଏହାପରେ ମଞ୍ଚକୁ ଆସିଥିଲେ ‘ଦି ବିଗ୍‌ ଭାଙ୍ଗ୍‌ ଷ୍ଟୋରୀ’ ଏବଂ ‘ହ୍ବିଚ୍‌ କଲେଜ ୟୁ ଫ୍ରମ୍‌’ ଫେମ୍‌ ଦେବେଶ ଦୀକ୍ଷିତ୍‌। ଦୈନନ୍ଦିନ ଜୀବନକୁ ହ୍ୟୁମର୍‌ ଓ ଜୋକ୍‌ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରି ପ୍ରାୟ ଏକଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସେ ଦର୍ଶକଙ୍କ ହସାଇଥିଲେ। ଏହାପରେ ‘ଥିଙ୍ଗ୍‌ସ ହାପେନ୍‌ ଟୁ ମି’, ‘ଆଇ ହାପେନ୍‌ ଟୁ ଦେମ୍‌’ ଭଳି ଭିଡିଓ କରି ରାତାରାତି ୟୁଟ୍ୟୁବ୍‌ ଷ୍ଟାର୍‌ ପାଲଟିଥିବା ସୃଜନ କୌଶିକଙ୍କ ମଜାଦାର୍‌ ଶୋ’ ଜୋରଦାର ହସାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର ପ୍ରମୁଖ ଚାପ୍ଟର ‘ବିଏମ୍‌ଆର୍‌ଟି ୯୩’ ପକ୍ଷରୁ ଏକ ମହତ୍‌ ଉଦ୍ଦେଶ୍ୟରେ ଏହି ଶୋ’ର ଆୟୋଜନ କରାଯାଇଥିଲା। ଆର୍ଥିକ ଅନଗ୍ରସର ପିଲାମାନଙ୍କ ପାଇଁ ସ୍କୁଲ୍‌ ଗୃହ ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ କରିବାକୁ ଏହି ଫଣ୍ଡ୍‌ ରେଜିଂ ଇଭେଣ୍ଟ ହୋଇଥିଲା। ଏଥିରୁ ମିଳିଥିବା ଅର୍ଥରେ ଗରିବ ତଥା ଅପହଞ୍ଚ ଅଞ୍ଚଳରେ ସ୍କୁଲ୍‌ ତିଆରି କରାଯିବ ବୋଲି ଏହି ଅବସରରେ ‘ବିଏମ୍‌ଆର୍‌ଟି ୯୩’ ପକ୍ଷରୁ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୨୧ବର୍ଷରେ ‘ଫ୍ରିଡମ୍‌ ଥ୍ରୋ ଏଜୁକେଶନ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ରାଉଣ୍ଡ୍‌ ଟେବୁଲ୍‌ ଇଣ୍ଡିଆ’ ଦେଶର ୨୮୪୯ ବିଦ୍ୟାଳୟରେ ୬୬୨୩ରୁ ଅଧିକ ଶ୍ରେଣୀଗୃହ ନିର୍ମାଣ କରି ୭.୨୮ ମିଲିୟନ୍‌ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା‘ ବିଏମ୍‌ଆରଟି ୯୩’ ଅଧ୍ୟକ୍ଷ ରୋହନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’

ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର...

କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ...

ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…

ଭୁବନେଶ୍ୱର,୭।୯: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ...

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି…

ଭୁବନେଶ୍ୱର,୭।୯: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି  ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri