ଖୁସି ଅଛନ୍ତି ସନ୍ନି ଦେଓଲ

ଫିଲ୍ମ ‘ଗଦର ୨’ର ସଫଳତାରେ ବେଶ୍‌ ଖସି ଅଛନ୍ତି ତାରା ସିଂ ଅର୍ଥାତ୍‌ ସନ୍ନି ଦେଓଲ। ସ୍ବାଧୀନତା ଦିବସ ଅବସରରେ ସେ ଇନ୍ଦୋରର ମୋହୋ ଶିଶୁ ସଂଗ୍ରହାଳୟରେ ପହଞ୍ଚିଥିଲେ। ସେ ପତାକା ଉତ୍ତୋଳନ କରି ୭୭ତମ ସ୍ବାଧୀନତା ଦିବସ ପାଳନ କରିଥିଲେ। ଏହି ସବୟରେ ସେ ବେଶ୍‌ ଖୁସି ଥିଲେ। ସଂଗ୍ରହାଳୟରେ ସନ୍ନିଙ୍କୁ ଏକ ବିଶେଷ ଢଙ୍ଗରେ ସ୍ବାଗତ କରାଯାଇଥିଲା। ସନ୍ନି ଧଳା କୁର୍ତ୍ତା ପାଇଜାମା ଏବଂ ହଳଦିଆ ପଗଡି ପିନ୍ଧି ପୂର୍ଣ୍ଣ ତାରା ସିଂ ଅବତାରରେ ସେଠାରେ ପହଞ୍ଚିଥିଲେ। ତାଙ୍କ ପୁଅ ରାଜବୀର ଦେଓଲ ମଧ୍ୟ ସନିଙ୍କ ସହ ନଜର ଆସିଥିଲେ। ପତାକା ଉତ୍ତୋଳନ କରିବା ପରେ ସନ୍ନି ମଧ୍ୟ ସାମରିକ ଅସ୍ତ୍ର ଯାଞ୍ଚ କରିବା ସହ ସେଠାରେ ଉପସ୍ଥିତ ଯବାନଙ୍କ ସହ ଆଲୋଚନା କରିଥିଲେ। ଅଭିନେତା ହେବା ବ୍ୟତୀତ ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁର ନିର୍ବାମଣ୍ଡଳୀରୁ ମଧ୍ୟ ଏମ୍‌ପି ଅଛନ୍ତି।
ସନି ଦେଓଲଙ୍କ ଅଭିନୀତ ‘ଗଦର ୨’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ରିଲିଜର ଚତୁର୍ଥ ଦିନରେ ‘ଗଦର ୨’ ୩୭ କୋଟି ରୋଜଗାର କରିଛି । ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୨ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି।

Share