ଖୁସି ଅନ୍ତରାଳେ…

କ୍ରିତିଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କୁ ଏକ ମନଲାଖି ଚରିତ୍ରଟିଏ ମିଳିଯାଇଛି। ବର୍ତ୍ତମାନ ସେ ‘ମିମି’ ଟାଇଟଲ ବିଶିଷ୍ଟ ସିନେମାରେ ଅଭିନୟ କରୁଛନ୍ତି। ଏଥିରେ ଜଣେ ସରୋଗେଟ ମା’ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି କ୍ରିତି। ‘ଏହି ଭୂମିକା ମୋ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିବି। ଏପରି ଏକ ଭୂମିକାରେ ଅଭିନୟ କରିବା ସହଜ କଥା ନୁହେଁ। ଏ କ୍ଷେତ୍ରରେ ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ମଣ ଉତକେର ମୋତେ ଯେଉଁ ସାହାଯ୍ୟ କରିଛନ୍ତି ତାହା ମୁଁ ଭୁଲିପାରିବି ନାହିଁ।’ ଏଥିରେ କ୍ରିତିଙ୍କ ଅପୋଜିଟ୍‌ରେ ଅଛନ୍ତି ପଙ୍କଜ ତ୍ରିପାଠୀ। ଦିନେଶ ଭିଜାନ୍‌ଙ୍କ ପ୍ରଯୋଜନାରେ ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବାର ଯୋଜନା ରହିଛି।

Share