ଖୁସି ଖବର: ଏପ୍ରିଲ ୩ ପରେ ଗୋଆରେ ଚିହ୍ନଟ ହୋଇନାହାନ୍ତି ଜଣେ ବି କରୋନା ସଂକ୍ରମିତ

ପଣଜୀ,୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଆରୁ କିନ୍ତୁ ଆସିଛି ଖୁସି ଖବର। ଏଠାରେ ଏପ୍ରିଲ ୩ ପରେ ଆଉ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ। ଏପ୍ରିଲ ୧୭ ସୁଦ୍ଧା ଚିକିତ୍ସିତ ହେଉଥିବା ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଏହାସହ ଗୋଆ ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବା ବେଳେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏଠାକୁ କୌଣସି ପର୍ଯ୍ୟଟକଙ୍କୁ ଆସିବାର ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ସାଓ୍ବନ୍ତ କହିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣର ବୃଦ୍ଧିକୁ ଦେଖି ଦେଶରେ ମେ’୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି।

Share