ଖୁସି ଖବର: କରୋନା ଯୁଦ୍ଧରେ ବିଜୟୀ ହେଲେ ୯ ମାସର ଶିଶୁ

ଡେରାଡୁନ,୨୩।୪: ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡର ଏହି ଶିଶୁଟି କମ୍‌ ବୟସର ପ୍ରଥମ ସଂକ୍ରମିତ ଭାବେ ଶୀଘ୍ର ସୁସ୍ଥ ହୋଇଥିବା କୁହାଯାଉଛି। ଶିଶୁଟିର ୨ ଥର ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା କହିଛନ୍ତି କର୍ତ୍ତୃପକ୍ଷ। ସୂଚନାଯୋଗ୍ୟ, ଡେରାଡୁନର ଭଗତ ସିଂ କଲୋନୀରେ ରହୁଥିବା ଶିଶୁଙ୍କ ପିତା ଜମାତରୁ ଫେରିବା ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ସେ ଶୁଶୁଟି ସଂସ୍ପର୍ଶରେ ଆସିଥିବାରୁ ଏହାପରେ ଶିଶୁଟିର ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଥିଲା। ୧୭ ଏପ୍ରିଲରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶିଶୁର ମା’ଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ହେଲେ ଟେଷ୍ଟ ପରେ ଶିଶୁଟି କରୋନା ପଜିଟିଭ ଥିବା ବେଳେ ମା’ଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

Share