ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏହା ସରକାର ତଥା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ହେଲେ ଖୁସିର କଥା ହେଉଛି ଦେଶରେ ବେଳକୁ ବେଳ ସୁସ୍ଥତା ହାରରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥତା ହାର ୫୫.୭୭ ପ୍ରତିଶତ ଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ଆମେରିକା, ବ୍ରାଜିଲ, ରୁଷିଆ ଭଳି ଦେଶଠାରୁ ବହୁଗୁଣ ଭଲ। ସୂଚନାଯୋଗ୍ୟ, ଦେଶରେ ୪.୨୫ ଲକ୍ଷ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨,୩୭ଲକ୍ଷ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ସାରିଲେଣି। ଅନ୍ୟପଟେ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାରତ ବେଶ୍ ଭଲଭାବେ ସଂକ୍ରମଣକୁ କାବୁ କରିପାରିଛି ବୋଲି କୁହାଯାଉଛି।