ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ୟୁନିଭର୍ସିଟି ଅଫ୍‌ ଲଡ୍ସର ନିଲ ଓସେନ ଓ ପିଟର ହାଓ୍ବଲେଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି। ଏମାନଙ୍କ କହିବା କଥା ହେଲା ନିୟମିତ ଫଳ ଓ ପନିପରିବା ଖାଇବା ଦ୍ୱାରା ଏଥିରୁ ଭିଟାମିନ୍‌ ସି ଓ ଇ ପ୍ରଚୁର ପରିମାଣରେ ମିଳିଥାଏ ଯାହା ମନକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଜଣେ ବ୍ୟକ୍ତି ଋତୁ ଅନୁଯାୟୀ ମିଳୁଥିବା ସମସ୍ତ ପ୍ରକାର ଫଳ ଓ ସବୁଜ ପନିପରିବା ନିଜ ଖାଦ୍ୟରେ ସାମିଲ କରିବା ଭଲ।