Categories: ଯାଜପୁର

‘ଖୁସି’ ସଚେତନତା କାର୍ଯ୍ୟକ୍ରମ

ଧର୍ମଶାଳା,୧୦।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ କିଶୋରୀ ସ୍ବଚ୍ଛତା କାର୍ଯ୍ୟକ୍ରମ ‘ଖୁସି’ ଶୁକ୍ରବାର ଧର୍ମଶାଳା ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଅଧ୍ୟାପିକା ସୁନୀତା ମହାନ୍ତି ଅଧ୍ୟକ୍ଷତା ଆୟୋଜିତ ଉତ୍ସବରେ ଅତିଥିଭାବେ ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ନମିତା ପରିଡ଼ା ଯୋଗଦେଇଥିଲେ। ଏହି ଯୋଜନାରେ ଛାତ୍ରୀମାନଙ୍କୁ ପ୍ରତିମାସରେ ମାଗଣାରେ ନାପକିନ୍‌ ଯୋଗାଇ ଦିଆଯିବ। ଫଳରେ ଛାତ୍ରୀମାନେ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରଭାସିନୀ ପ୍ରଧାନ, ସୋନାଲି ସାହୁ, ଗ୍ରନ୍ଥାଗାରିକା ଜୟନ୍ତୀ ସାହୁ ପ୍ରମୁଖ ଯୋଗଦେଇ ଖୁସି କାର୍ଯ୍ୟକ୍ରମ ଉପରେ ଛାତ୍ରୀଙ୍କୁ ବୁଝାଇଥିଲେ। ଶେଷରେ ସୁଶ୍ରୀତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୬୫ ଜଣ ଛାତ୍ରୀଙ୍କୁ ନାପକିନ୍‌ ବଣ୍ଟାଯାଇଥିବା କଲେଜ ଅଧ୍ୟକ୍ଷା ପରିଡା ସୂଚନା ଦେଇଛନ୍ତି।