Categories: ଖେଳ

ଖେଲୋ ଇଣ୍ଡିଆ ଗେମ୍ସ ଅନୁପ୍ରାଣିତ କରିଛି: ରାହି

ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ଗେମ୍ସ ଦେଶରେ ଅନେକ ପିଲାଙ୍କୁ ଖେଳରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିଛି। ୟୁଥ ଗେମ୍ସର ତିନୋଟି ସଂସ୍କରଣ ମାଧ୍ୟମରେ ଭାରତ ସରକାର ଅନେକ ପ୍ରତିଭାଙ୍କୁ ଚିହ୍ନଟ କରିଛନ୍ତି। ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରୁ ମଧ୍ୟ ଅନେକ ପ୍ରତିଭା ଚିହ୍ନଟ ହୋଇ ପାରିବେ“ ବୋଲି ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ରାହି ସର୍ନୋବତ ପ୍ରକାଶ କରିଛନ୍ତି।
‘ମୁଁ ବାସ୍ତବରେ ବେଶ ଆନନ୍ଦିତ ଯେ କେତେକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଖେଳରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରୁଛନ୍ତି ଏବଂ ଏକାଡେମୀ ତୁଳନାରେ ଅନ୍ୟ ଜିନିଷ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି ା ଅନେକ ପିଲା ବର୍ତ୍ତମାନ ଖେଳକୁ କ୍ୟାରିୟର କରିବା ପାଇଁ ଏବଂ ଖେଲୋ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ ହୋଇଛନ୍ତି ା ଭାରତର ସମସ୍ତ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଭାରତ ସରକାର ଏକ ବୃହତ ମଞ୍ଚ ପ୍ରଦାନ କରଛନ୍ତି ବୋଲି ୨୦୨୦ ଟୋକିଓ ଅଲମ୍ପିକ୍ସର ୨୫ ମିଟର ପିସ୍ତଲ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ଏହି ଶୁଟର କହିଛନ୍ତି ା ”ମୋ ମତରେ ଭାରତରେ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ଦିଗରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଏକ ପ୍ରମୁଖ ପ୍ରଭାବ ରହିବ ା ଯଦି ନୂତନ ଯୁବପିଢ଼ୀ ଏହି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରନ୍ତି ତେବେ ସେମାନେ ନିଜପାଇଁ ଏବଂ ଆଗାମୀ ପିଢ଼ୀ ପାଇଁ ଏକ ମୁଳଦୂଆ ପ୍ରସ୍ତୁତ କରିପାରିବେ“ ବୋଲି ଏହି ୨୯ ବର୍ଷୀୟା କ୍ରୀଡ଼ାବିତ କହିଛନ୍ତି

Share