Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ବାଳିକା ଫୁଟବଲ: ଓଡ଼ିଶା ୧୬-୦ରେ ପଞ୍ଜାବକୁ ହରାଇଲା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)-
ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଶୁକ୍ରବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ଫୁଟବଲ ମ୍ୟାଚରେ ଓଡ଼ିଶା ୧୬-୦ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଦୀପା ନାୟକ ୨୭, ୫୮, ୭୮, ୮୬ ମିନିଟରେ ହ୍ୟାଟ୍ରିକ ସହ ୪ଟି ଗୋଲ ଦେଇଥିବାବେଳେ ବନ୍ୟା କବିରାଜ ୧୭,୬୩, ସୁସ୍ମିତା ତନ୍ତି ୪୮, ୬୮, ଯଶୋଦା ମୁଣ୍ଡା ୫୧, ୬୦ତମ ମିନିଟରେ ୨ଟି ଲେଖାଏ ଏବଂ ସୁମନ ମହାପାତ୍ର, ସୁସ୍ମିତା ଦଳେଇ, ସୋନୀ ବେହେରା, ରୁନି ନାୟକ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପଞ୍ଜାବ ପକ୍ଷରୁ ମହିଳା ବିଷ୍ଣୋଇ ୭ମ ଓ କାଜଲ ୬୫ତମ ମିନିଟରେ ଗୋଟିଏ ଲେଖାଏ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ।

Share