Categories: ଖେଳ

ଖେଳରତ୍ନ ଲାଗି ହରଭଜନଙ୍କ ନାମ ଖାରଜ

ନୂଆଦିଲ୍ଲୀ,୨୪।୭- ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ଲାଗି ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂଙ୍କ ନାମକୁ ପଞ୍ଜାବ ସରକାର ପ୍ରସ୍ତାବ ଦେଇଥିଲା। ଟର୍ବୋନେଟର ଭାବେ ପରିଚିତ କ୍ରିକେଟରଙ୍କ ନାମ ସୁପାରିସ କରିବାରେ ପଞ୍ଜାବ ସରକାର ବିଳମ୍ବ କରିଛନ୍ତି। ଖେଳରତ୍ନ ଲାଗି ଆବେଦନ କରିବା ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲ ୩୦ ତାରିଖକୁ ଶେଷଦିନ ଭାବେ ଧାର୍ଯ୍ୟ କରାଯାଇଥିଲ। ହେଲେ ପଞ୍ଜାବ ସରକାର ଜୁନ୍‌ ୨୫ରେ ନାମ ପଠାଇଥିଲେ। ଏଣୁ ହରଭଜନଙ୍କ ନାମ ତାଲିକାକୁ ନିଆଯାଇନାହିଁ। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତଥର ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମହିଳା କ୍ରିକେଟର ପୁନମ ଯାଦବଙ୍କ ନାମକୁ ଅର୍ଜୁନ ସମ୍ମାନ ପାଇଁ ପ୍ରସ୍ତାବ ଦେଇଛି। ଏମାନଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ସମ୍ମାନ ମିଳିବ। ତେବେ ଖେଳରତ୍ନ ଲାଗି ବିସିସିଆଇ ପକ୍ଷରୁ କୌଣସି ସୁପାରିସ କରାଯାଇନାହିଁ।

Share