Posted inଖେଳ

ଖେଳାଳିଙ୍କ ପରେ ପାକିସ୍ତାନ ଗସ୍ତରୁ ଓହରିଲେ ବାଂଲାଦେଶ କୋଚ୍‌

ଢାକା,୧୮।୧- ଆସନ୍ତା ସପ୍ତାହରେ ବାଂଲାଦେଶ ପାକିସ୍ତାନ ଗସ୍ତ କରି ଟି୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ରୁ ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଥିଲେ। ତାଙ୍କ ପରେ ଦଳର ୫ ଜଣ କୋଚିଂ ଷ୍ଟାଫ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଛନ୍ତି। ଏଥିରେ ବ୍ୟାଟିଂ କୋଚ୍‌ ନିଲ ମ୍ୟାକକେଞ୍ଜି ଓ ଫିଲ୍ଡିଂ କୋଚ୍‌ ରିଆନ କୁକ୍‌ ରହିଛନ୍ତି। ଦୁହେଁ ନିଜ ଆଡ଼ୁ ଓହରିଥିବାବେଳେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କୁ ଛୋଟ ସିରିଜ୍‌ ପାଇଁ ନ ଡାକିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ବିସିବିର କ୍ରିକେଟ ଅପରେଶନ୍ସ ଚେୟାରମ୍ୟାନ ଆକ୍ରମ ଖଁା କହିଛନ୍ତି। ଦଳୀୟ ଆନାଲିସିଷ୍ଟ ଶ୍ରୀନିବାସ ଚନ୍ଦ୍ରଶେଖରନ ଭାରତୀୟ ନାଗିରିକ ହୋଇଥିବାରୁ ପାକିସ୍ତାନ ଯିବେ ନାହିଁ। ଷ୍ଟ୍ରେନ୍ଥ ଓ କଡିଶନିଂ କୋଚ୍‌ ମାରିଓ ଭିଲାଭାରାୟନଙ୍କ ହାତ ଭାଙ୍ଗି ଯାଇଛି। ସେ ସ୍କାଇପି ଜରିଆରେ ନିଜ କାର୍ଯ୍ୟ ତୁଲାଇବେ। ମାତ୍ର ଏପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ ଲାଗି ଆମେ ନୂଆ ବୋଲିଂ କୋଚ୍‌ ନିଯୁକ୍ତ କରିନାହୁଁ ବୋଲି ଆକ୍ରମ ପ୍ରକାଶ କରିଛନ୍ତି। ସୋହେଲ ଇସଲାମ ଓ ତୁଷାରକାନ୍ତି ହଲଦାର କୁକ୍‌ ଓ ଭିଲାଭାରାୟନଙ୍କ ଦାୟିତ୍ୱ ତୁଲାଇବେ। କେବଳ ମୁଖ୍ୟ କୋଚ୍‌ ରସେଲ ଡୋମିଙ୍ଗୋ ଓ ଫିଜିଓ ଜୁଲିଆନ କାଲେଫାଟୋ ଦଳ ସହ ଗସ୍ତ କରିବେ। ପାକିସ୍ତାନ ଗସ୍ତରେ ବାଂଲାଦେଶ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦, ଦୁଇ ଟେଷ୍ଟ ଓ ଏକ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ସିରିଜ୍‌ ୩ ଚରଣରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri