Categories: ଖେଳ

ଖେଳାଳିଙ୍କ ପାଇଁ ପାଣି ନେଇ ପଡିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ସିଡନୀ,୨୫।୧୦:ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ଖେଳ ଭାବନାର ଏକ ଅନନ୍ୟ ଉଦାହରଣ ସଷ୍ଟି କରିଛନ୍ତି। ଖେଳାଳିଙ୍କ ପାଇଁ ପଡିଆକୁ ପାଣି ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଆୟୋଜିତ ହେବାକୁ ଥିବା କ୍ରିକେଟ ସିରିଜ୍‌ ପୂର୍ବରୁ ଶ୍ରୀଲଙ୍କା ଦଳ ପ୍ରଥମେ ପ୍ରଧାନମନ୍ତ୍ରୀ ଏକାଦଶକୁ ଭେଟିଥିଲା। ଶ୍ରୀଲଙ୍କ ଦଳ ବ୍ୟାଟିଂ କରୁଥିବାବେଳେ ମୋରିସନ୍‌ ନିଜ ଦଳ ପାଇଁ ପାଣି ନେଇ ପଡିଆକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଦେଖି ପଡିଆରେ ଉପସ୍ଥିତି ଖେଳାଳି ଏବଂ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାଣିଦେବାକୁ ଯାଇଥିବାବେଳେ ଖେଳାଳିଙ୍କ ହାତ ମିଳାଇଥିଲେ ମୋରିସନ୍‌। ଏହି ମ୍ୟାଚ୍‌ରେ ପ୍ରଧାନମନ୍ତ୍ରୀ ଏକାଦଶ ୧ ଉଇକେଟରେ ବିଜୟ ହାସଲ କରିଥିଲା।

Share