ନୂଆଦିଲ୍ଲୀ,୧।୬-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଅଇ) କାର୍ଯ୍ୟକାରୀ ସଭାପତି ସି.କେ. ଖାନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)କୁ ପୂର୍ବତନ ଖେଳାଳିଙ୍କ ପେନ୍ସନରେ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୦୩ରୁ ୪ ପର୍ଯ୍ୟନ୍ତ ଅତିକମ୍ରେ ୨୫ ପ୍ରଥମ ଶ୍ରେଣୀ ଖେଳିଥିବା ପୂର୍ବତନ କ୍ରିକେଟରଙ୍କ ପେନ୍ସନରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଫଳରେ ୨୫ରୁ ୫୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା କ୍ରିକେଟରଙ୍କୁ ମାସିକ ୧୫ ହଜାର, ୫୦ରୁ ୭୪ ମ୍ୟାଚ୍ ଖେଳିଥିବା କ୍ରିକେଟରଙ୍କୁ ୨୨୫୦୦ ଓ ୭୪ରୁ ଊର୍ଦ୍ଧ୍ୱ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ୩୦ ହଜାର ଟଙ୍କା ଟଙ୍କା ମିଳିବ। ୫ରୁ କମ୍ ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିବା କ୍ରିକେଟରୁ ୩୭,୫୦୦ ଟଙ୍କା ପେନ୍ସନ ବାବଦକୁ ଦିଆଯିବା ନେଇ ଖାନ୍ନା ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ପୂର୍ବତନ ଖେଳାଳିଙ୍କ ପେନ୍ସନ ଲାଗି କୌଣସି ଚୁକ୍ତି ନ ଥିଲା ବୋଲି ମନେରଖିବାକୁ ପଡ଼ିବ। ଭାରତୀୟ ଦଳରେ ଖୁବ୍ କମ୍ ଖେଳାଳିଙ୍କୁ ସୁଯୋଗ ମିଳୁଥିବା ଖାନ୍ନା କାରଣ ଦର୍ଶାଇଛନ୍ତି। ନିକଟରେ କେତେଜଣ ପୂର୍ବତନ ଖେଳାଳି ପେନ୍ସନକୁ ନେଇ ଅନ୍ତର୍ଜାତୀୟ ଓ ଘରୋଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଭେଦଭାବ କରାଯାଉଥିବା ଅଭିଯୋଗ କରିଥିଲେ।