ଖେଳୁଥିବା ବେଳେ ଧକ୍କା ଦେଇ ଚଢ଼ିଗଲା ଟ୍ରକ୍‌, ଶିଶୁପୁତ୍ର ଗୁରୁତର

କଟକ ରୋଡ୍‌,୭।୧୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧନଗର ପିଡବ୍ଲୁ କଲୋନୀ ବସ୍ତିରେ ଟ୍ରକ୍‌ ଧକ୍କାରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ କେ.ଶ୍ରୀନିବାସ ରେଡ୍ଡିଙ୍କ ପୁଅ ସାଇ ରେଡ୍ଡି(୫)।

ଅପରାହ୍ନ ପ୍ରାୟ ୨ଟାରେ ବୁଦ୍ଧନଗର କଦଳୀଗୋଦାମକୁ ଆସିଥିବା ଏକ ରାଜ୍ୟ ବାହାରର ଟ୍ରକ୍‌ ଉକ୍ତ ଅଞ୍ଚଳକୁ ଆସିଥିବା ବେଳେ ସାଇ ସେଠାରେ ଖେଳୁଥିଲେ। ଚାଳକଜଣକଙ୍କ ଅସାବଧାନତା ଯୋଗୁ ଟ୍ରକ୍‌ଟି ସାଇଙ୍କୁ ଧକ୍କା ଦେଇଥିଲା। ସେ ପଡ଼ିଯିବା ପରେ ଟ୍ରକ୍‌ଟି ତାଙ୍କ ହାତ ଉପରେ ଚଢ଼ି ଯାଇଥିଲା। ଫଳରେ ସେ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଟ୍ରକ୍‌କୁ ଜବତ କରିବା ସହ ଥାନାରେ ଚାଳକଙ୍କୁ ଅଟକ ରଖିଛି। ଗୁରୁତର ଶିଶୁଙ୍କୁ ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share