ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆ: ଧୋନୀଙ୍କ ମିଶନ କଶ୍ମୀର ଆରମ୍ଭ

ଶ୍ରୀନଗର,୩୧।୭: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କର ମିଶନ କଶ୍ମୀର ବୁଧବାରଠାରୁ ଆରମ୍ଭ ହୋଇଛି।ଏଠାରେ ୧୦୬-ପ୍ରାଦେଶିକ ସେନାରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତାଲିମ୍‌ ନେବେ। ତାଙ୍କର ପୋଷ୍ଟିଂ ଦକ୍ଷିଣ କଶ୍ମୀରର ଅଓ୍ବନ୍ତୀପୋରାରେ ହେବ ବୋଲି କୁହାଯାଉଛି। ଧୋନୀ ପ୍ରାଦେଶିକ ସେନାର ପାରାଚ୍ୟୁଟ୍‌ ରେଜିମେଣ୍ଟ୍‌ର ଲ୍ୟୁଟନାଟ୍‌ କର୍ନେଲ ଭାବେ କାର୍ଯ୍ୟ କରୁଛନ୍ତି।

Share