ଖେଳ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ

ଫିରିଙ୍ଗିଆ/କେଳାପଡା, ୬ା୧୨: ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଖେଳ ଶିକ୍ଷକଙ୍କ ମାଡରେ ଆହତ ହୋଇଛନ୍ତି। ଏ ନେଇ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ା ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଛାତ୍ର ସଚିଦାନନ୍ଦ ବିଶୋଇ ବୁଲୁଥିବାରୁ ଖେଳ ଶିକ୍ଷକ ବାସୁଦେବ ସାହାଣୀ ତାଙ୍କୁ ମାଡ ମାରିଥିଲେ ା ଏଥିରେ ସଚିଦାନନ୍ଦଙ୍କ ଗାଲରେ ଆଘାତ ଲାଗିଥିଲା। ସ୍କୁଲ ଛୁଟି ହେଲା ପରେ ଘରକୁ ଯାଇ ସେ ବାନ୍ତି କରିଥିଲେ ା ପରିବାର ଲୋକେ ପଚାରିବାରୁ ଶିକ୍ଷକ ମାଡ ମାରିଥିବା କହିଥିଲେ ା ପରେ ତାଙ୍କୁ ଫିରିଙ୍ଗିଆ ଡାକ୍ତରଖାନା ନିଆଯାଇଥିଲା ା ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ଜଣା ଯାଇଥିଲା ା ହେଲେ ସେ କିଛି କରିପାରିବେ ନାହିଁ ବୋଲି କହିବାରୁ ଗୁରୁବାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ା ଖେଳ ଶିକ୍ଷକ ବାସୁଦେବଙ୍କୁ ପଚାରିବାରୁ ପିଲା ଫୁଟବଲ ଖେଳୁଥିଲେ। ସଚିଦାନନ୍ଦ ଦୁଷ୍ଟ ହେବାରୁ ତାଙ୍କୁ ଚାପୁଡା ମାରିଥିଲି ବୋଲି କହିଛନ୍ତି।

Share