ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଥିବା ଜଣାପଡିଛି। ଫଳରେ ଖୋର୍ଦ୍ଧାକୁ ପଛରେ ପକାଇ ଭଦ୍ରକ ଚତୁର୍ଥ ସଂକ୍ରମିତ ଜିଲା ହୋଇଛି। ଖୋର୍ଦ୍ଧାରେ ଏଯାବତ ୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଭଦ୍ରକର ନୂଆ ଆକ୍ରାନ୍ତମାନେ ସଙ୍ଗରୋଧ ଗୃହରେ ଥିବା ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୧୭ ଗୁଜରାଟ, ୮ କଲିକତା, ୧ ତେଲେଙ୍ଗାନା ଓ ୨ ମହାରାଷ୍ଟ୍ର ଫେରନ୍ତା। ଅପରପକ୍ଷରେ ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଇଛି।

Share