ଖୋର୍ଦ୍ଧାରେ ଡାକ୍ତର, ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧାରେ ଘରୋଇ କ୍ଲିନିକ୍‌ର ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣାର ୧୯ ଦିନ ପରେ ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି କରିଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖ ସନ୍ଧ୍ୟାରେ ଡାକ୍ତର ମାନସ ଦାସଙ୍କୁ ତାଙ୍କ ଘରୋଇ କ୍ଲିନିକରେ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଜଣେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଖୋର୍ଦ୍ଧା ପୋଲିସ ଏହି ଘଟଣାକୁ ଗୁରୁତ୍ୱକୁ ନେଇଥିଲେ ମଧ୍ୟ କୌଣସି ସୁରାକ ନ ପାଇବାରୁ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି କରିଛନ୍ତି। ଏହା ସହ ଏକ ଖବରଦାତା ସମ୍ମିଳନୀରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି।

Share