ଖୋର୍ଦ୍ଧା ଅଫିସ,୫।୬: ଖୋର୍ଦ୍ଧାରେ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ବୁଧବାର ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ବାଣୀବିହାର ପିଜି ଡିପାର୍ଟମେଣ୍ଟ ଅଫ୍ କମର୍ସ ପ୍ରଫେସର ରବୀନ୍ଦ୍ର କୁମାର ସ୍ବାଇଁ ଯୋଗଦେଇ ପ୍ରଦୂଷଣକୁ ରୋକିବାକୁ ଆହ୍ବାନ ଦେଇଥିଲେ । ଅସମୟରେ ବର୍ଷା, ଆଶାତୀତ ଶୀତ, ମରୁଡି, ପୁଣି ବାତ୍ୟା ଝଡ଼ର ଆଗମନ ଯୋଗୁ ବିଶ୍ୱ ସଙ୍କଟରେ। ଖୋର୍ଦ୍ଧା ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି । ଖଣି, କ୍ରଶର ଯୋଗୁ ସ୍ଥାନୀୟ ଲୋକେ କିପରି ହଇରାଣ ହେଉଛନ୍ତି ସେ ଉପରେ ମୁଖ୍ୟ ଅତିଥି କହିଥିଲେ। ଡିଏଫ୍ଓ ସୁଦୀପ ନାୟକ ସଭାପତି ଭାବେ ଯୋଗ ଦେଇ କହିଥିଲେ ଯେ, ପରିବେଶର ଅନୁଚିନ୍ତା ନିଜ ପରିବାରରୁ ଆରମ୍ଭ ହେବା ଉଚିତ । ପରିବାର ଲୋକଙ୍କୁ ପରିବେଶ ସମ୍ବନ୍ଧୀୟ ସଚେତନତା ଏବଂ ଜାଗ୍ରତ କରିବା ଦାୟିତ୍ୱ ପିଲାମାନେ ନେବା ଆବଶ୍ୟକ ବୋଲି ସେ କହିଥିଲେ।