ଖୋର୍ଦ୍ଧାରେ ମୁଖ୍ୟ ଶାସନ ସଚିବ: ସମୀକ୍ଷା କଲେ…

ଖୋର୍ଦ୍ଧା,୨୬।୪(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟ ଶାସନ ସଚିବ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରିଛନ୍ତି। ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ପହଞ୍ଚି କୃଷି ବିଭାଗର ନିର୍ଦ୍ଦେଶକ ଶୁଭମ ସକ୍ସସେନା, ରାଜସ୍ବ ବିଭାଗଦ୍‌ର ଯୁଗ୍ମ ସଚିବ ପ୍ରଦୀପ ସାହୁ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉପ ଜିଲାପାଳ କିଶୋର ଚନ୍ଦ୍ର ପଣ୍ଡା, ଜିଲା ମୁଖ୍ୟକୃଷି ଅଧିକାରୀ ରବି ନାରାୟଣ ସେନାପତି ଏବଂ ଅନ୍ୟ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେମୁଖ୍ୟ ଶାସନ ସଚିବ ଆହୁଜା ରାଜ୍ୟରେ କୃଷକ ପଞ୍ଜିକରଣ ଓ କଲମ-୨ ପ୍ରଜାଖାନା ସଂଶୋଧନ ଉପରେ ସମୀକ୍ଷା କରିଥିଲେ। ଏଥିସହିତ ଜିଲାରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ।