ଖୋର୍ଦ୍ଧାରେ ଲଗାଣ ବର୍ଷା: ୨୫ ତାରିଖ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା ଅଫିସ,୨୪।୧୦: ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ନ ୧ଟାରୁ ସ୍କୁଲ ଛୁଟିକରି ଦିଆଯାଇଥିବା ବେଳେ ୨୫ ତାରିଖ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଏମରଜେନ୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲାପାଳଙ୍କୁ ଅବଗତ କରାଯାଇଛି।

Share