ଖୋର୍ଦ୍ଧା ଉପଖଣ୍ଡରେ ୧୬ କରୋନା ପଜିଟିଭ୍‌ : ଟାଙ୍ଗୀର ସର୍ବାଧିକ ୧୧ ଚିହ୍ନଟ

ଖୋର୍ଦ୍ଧା ଅଫିସ,୭ା୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଟାଙ୍ଗୀର ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗଁାର ୨, ବେଗୁନିଆର ୩ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସମସ୍ତଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି ଜିଲାପାଳ ଶୀତାଂଶୁ କୁମାର ରାଉତ କହିଛନ୍ତି। ଅନ୍ୟପଟେ ରବିବାର ୧୨୭ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ସେଥିମଧ୍ୟରୁ ଖୋର୍ଦ୍ଧାର ୧୫, ବାଳକାଟୀର ୧୬, ଟାଙ୍ଗୀର ୨୦, ବୋଲଗଡ଼ର ୮, ବେଗୁନିଆର ୧୬, ମେଣ୍ଢାଶାଳର ୧୦ ଏବଂ ବାଲୁଗଁାର ୪୨ଜଣ ରହିଛନ୍ତି।