ଖୋର୍ଦ୍ଧା ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା ଅଫିସ,୧୨।୬-ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ। ବାଘମାରୀ ଥାନା ଭୋଗଡା ଗ୍ରାମରେ ଗତ ୨୫ ତାରିଖରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ ଓ ବୋମାମାଡ଼ ଘଟଣାରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା ଖୋର୍ଦ୍ଧା ସମେତ କଟକ ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ପୋଲିସର ମୁଣ୍ଡ ବିନ୍ଧା ସାଜିଥିଲା । ଏହି ଘଟଣାରେ ପୋଲିସ ୩ଟି ଟିମ ଗଠନ କରି ୧୨ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ନଗଦ ୩୫ ହଜାର ୫୦୦ଟଙ୍କା, ବନ୍ଧୁକ, ଛୁରୀ, ଶାବଳ, ତରଳା ସୁନା ଏବଂ ଏକ ବାଇକକୁ ଜବତ କରାଯାଇଥିବା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।