ଖୋଲା ରହିପାରିବ ପଶୁଖାଦ୍ୟ ଦୋକାନ, ତେଜରାତି ଦୋକାନୀ ବି ରଖିପାରିବେ: ବାଗ୍‌ଚୀ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ନଂ. ଜାରି କରାଯାଇଛି। ତେବେ ରବିବାର ଏହି ନମ୍ବର ବନ୍ଦ ରହିବ। ଏହାର କ୍ଷମତା ବୃଦ୍ଧି, ରକ୍ଷଣାବେକ୍ଷଣ ଏବଂ ବୈଷୟିକ ଉନ୍ନତିିକରଣ କାର୍ଯ୍ୟ ପାଇଁ ୨୯ ସକାଳ ୬ରୁ ୭ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ। ଏଥିରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଅପରପକ୍ଷେ ଗୋ-ଖାଦ୍ୟ, କୁକୁଡ଼ା ଖାଦ୍ୟ, ମତ୍ସଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଜରାତି ଦୋକାନରେ ପଶୁଖାଦ୍ୟ ବିକ୍ରି କରାଯାଇପାରିବ ବୋଲି ମଧ୍ୟ ବାଗ୍‌ଚୀ ସୂଚନା ଦେଇଛନ୍ତି।

Share