Categories: ବାଣିଜ୍ୟ

ଖୋଲା ରହିବ ଖାଦ୍ୟଶସ୍ୟ, ଔଷଧ ଦୋକାନ

ମୁମ୍ବାଇ,୨୬। ୩: ଲୋକମାନେ ଭୟଭୀତ ନ ହୋଇ ସାମଗ୍ରୀ କିଣିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ନିବେଦନ କରିଛନ୍ତି। ଲକ୍‌ଡାଉନ ସମୟରେ ଖାଦ୍ୟଶସ୍ୟ, ଔଷଧ ସମେତ ଅତି ଦରକାରୀ ସାମଗ୍ରୀଗୁଡିକର ଦୋକାନ ଖୋଲା ରହିବ ବୋଲି ସେ ସୂଚନା ଦେଇଛନ୍ତି। କଳାବଜାରୀ ଏବଂ ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାଭଡେକର ସ୍ପଷ୍ଟ କରିଛନ୍ତି। ଲକ୍‌ଡାଉନ ସମୟରେ ଲୋକମାନେ ଯେଭଳି ଅତିଆବଶ୍ୟକ ସାମଗ୍ରୀ ଲାଗି କୌଣସି ଅସୁବିଧା ସାମ୍ନା ନ କରିନ୍ତି ସେ ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସମନ୍ବୟ ରକ୍ଷା କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

Share