ଖୋଲା ରହିବ ପଶୁ ଖାଦ୍ୟ ଦୋକାନ, ଚିକିତ୍ସାକାରୀ କ୍ଲିନିକ୍‌

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପଶୁ ଚିକିତ୍ସାକାରୀ କ୍ଲିନିକ, ପଶୁ ଖାଦ୍ୟ ବିତରଣକାରୀ ଦେକାନ ଖୋଲା ରହିବ। ଏଗୁଡ଼ିକ ଅତ୍ୟାବଶ୍ୟକ ସେବା ଏବଂ ବସ୍ତୁ ଅନ୍ତର୍ଗତ ଥିବାରୁ ଦୋକାନଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share