Categories: ଜାତୀୟ

ଖୋଲିବ ୪୬୨ ଏକଲବ୍ୟ ସ୍କୁଲ

ରାଞ୍ଚି,୧୦ା୯(ଆଇଏଏନ୍‌ଏସ୍‌): ଦେଶର ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ତାରିଖରେ ଏକଲବ୍ୟ ସ୍କୁଲ ଶୁଭାରମ୍ଭ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସୋମବାର ଏହି ସୂଚନା ଦେଇଛନ୍ତି। ନବୋଦୟ ସ୍କୁଲ ଭଳି ୪୬୨ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏଥିରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲା ପଢ଼ିବା ସୁଯୋଗ ପାଇବେ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ହେବ। ଆଗାମୀ ୨ ବର୍ଷରେ ଏହିସବୁ ସ୍କୁଲ ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପୂର୍ବାଞ୍ଚଳ ଓ ଅନ୍ୟାନ୍ୟ ରାଜ୍ୟରେ ଖୋଲିବ।

Share