ଖୋଲିଲା ଇଟା, ବାଲି, ସିମେଣ୍ଟ ଦୋକାନ: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ରହିବ ଖୋଲା

ଭଦ୍ରକ ଅଫିସ,୨୯ା୪: ଭଦ୍ରକରେ ବୁଧବାରଠାରୁ ଘର ନିିର୍ମାଣ କାମ ଆରମ୍ଭ ହେବ। ରଡ୍‌, ସିମେଣ୍ଟ, ଇଟା, ବାଲି ବିକ୍ରି କରିପାରିବେ ଦୋକାନୀ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୋକାନ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ବାସୁଦେବପୁର, ଚାନ୍ଦବାଲି, ଧାମନଗର ପୌରାଞ୍ଚଳରରେ ସକାଳ ୬ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ। ଯେଉଁମାନଙ୍କର ଟ୍ରେଡ ଲାଇସେନ୍ସ ଥିବ। ଅନ୍ୟପକ୍ଷରେ ଏସି, କମ୍ପ୍ୟୁଟର, ଇଲେକ୍ଟ୍ରି, ପାଣି ପାଇପ ମେକାନିକମାନେ ମଧ୍ୟ ଘରକୁ ଘର ବୁଲି କାମ କରିପାରିବେ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟର୍‌ ଯୋଗେ ସୂଚନା ଦେଇଛନ୍ତି।