Advertisement

ଖୋଲିଲା ଡିଜ୍‌ନି ଲ୍ୟାଣ୍ଡ

ସାଙ୍ଘାଇ: କରୋନା ଭାଇରସ୍‌ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଚାଇନାରେ ଏହାର ପ୍ରଭାବ ଏବେ କିଛି କମିଛି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଚାଇନାର ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ପୁଣି ଥରେ ଖୋଲିଛି। ମନୋରଞ୍ଜନର ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚୟ ହାସଲ କରିଥିବା ଏହି ପାର୍କ ଖୋଲିବା ପରେ ଲୋକେ ବେଶ୍‌ ଖୁସି ହୋଇଯାଇଛନ୍ତି। ସେଥିପାଇଁ ପାର୍କ ଖୋଲିବା ମାତ୍ରେ ଏଠାକୁ ଜନସମାଗମ ଆରମ୍ଭ ହୋଇଯାଇଛି। କିନ୍ତୁ ପାର୍କରେ ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରିବା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ସମସ୍ତଙ୍କ ପାଇଁ ଟେମ୍ପରେଚର ସ୍କ୍ରିନିଂ ବ୍ୟବସ୍ଥା ବି କରାଯାଇଛି। ଏବେ ଏହି ପାର୍କକୁ ୨୪ହଜାରରୁ ବି କମ୍‌ ଲୋକ ଆସୁଛନ୍ତି, ଯାହା କି ପୂବର୍ର୍ରୁ ଆସୁଥିବା ଲୋକସଂଖ୍ୟାର ୩୦ ପ୍ରତିଶତରୁ ବି କମ୍‌। ପାର୍କ ଖୋଲିବା ପରେ ଏଠାରେ ମିକି ମାଉସ୍‌ ବେଶରେ କେତେଜଣ ଗେଟ୍‌ ପାଖରେ ଛିଡ଼ାହୋଇ ସାମାଜିକ ଦୂରତା ରକ୍ଷାକରିବାକୁ ଲୋକଙ୍କୁ ବୁଝାଉଛନ୍ତି। ପାର୍କ ଭିତରେ ଲୋକଙ୍କ ଛିଡ଼ା ହେବା ପାଇଁ ସ୍ବତନ୍ତ୍ରଭାବେ ସ୍ଥାନ ଚିହ୍ନଟ ବି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share