ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପୋଲିସ ଷ୍ଟେଶନ ୨୪ ଘଣ୍ଟା ଖୋଲା ରହିବ। ଏଥିରେ ୫୨ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିବେ। ଡିଜିପି ଗୌତମ ସଓ୍ବାଙ୍ଗ କହିଛନ୍ତି, ତେଲେଙ୍ଗାନାରେ ଡିସେମ୍ବରରେ ହୋଇଥିବା ‘ଦିଶା’ ବଳାତ୍କାର ଏବଂ ହତ୍ୟା ମାମଲା ପରେ ମୁଖ୍ୟମନ୍ତ୍ରୀ ଦିଶା ଆକ୍ଟ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଦିଶା ଥାନାରେ ବଳାତ୍କାର ମାମଲାର ଯାଞ୍ଚ କରାଯିବା ସହ ଫରେନ୍‌ସିକ୍‌ ଲ୍ୟାବ୍‌ ଏବଂ ବିଶେଷ ଅଦାଲତ ରହିବ। ଏହି କୋର୍ଟରେ ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି କରାଯିବ। ଅଭିଯୁକ୍ତଙ୍କୁ ଦିଶା ଆଇନ ଅନୁଯାୟୀ ଦଣ୍ଡିତ କରାଯିବ। ଏହାବ୍ୟତୀତ ଦିଶା ଆପ୍‌ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ବିଶେଷ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବ।

Share