Categories: ଜାତୀୟ

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ବନ୍ଦ ଥିଲା ମନ୍ଦିର। ଏବେ ଏହା ଖୋଲିଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିନାହିଁ। ଶୁକ୍ରବାର କେବଳ ୨୮ ଜଣ ମନ୍ଦିର ଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ସାମିଲ ଥିଲେ ମନ୍ଦିରର ମୁଖ୍ୟ ପୂଜକ। ଶୁକ୍ରବାର ମନ୍ଦିରକୁ ଫୁଲରେ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥିବା ଦେଖିବାକୁ ମିଳିଥିଲା। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଇଥିଲା।

Share