ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ ହାତରେ କ୍ୟାଣ୍ଡେଲ ଧରି ଜି.ଉଦୟଗିରି ସହର ପରିକ୍ରମା କରି ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ମହତ ବାଣୀ ପ୍ରଚାର କରି ଚର୍ଚ୍ଚକୁ ଫେରିଥିଲେ। ଚର୍ଚ୍ଚର ସଭାପତି ରାଜୁ ନାୟକ, ସମ୍ପାଦକ ଦିଲୀପ ପଟ୍ଟନାୟକଙ୍କ ସମେତ ଖ୍ରୀଷ୍ଟ ପ୍ରେମୀମାନେ ଶୋଭାଯାତ୍ରାରେ ଭାଗ ନେଇଥିଲେ।

Share