କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ କରି ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାଆନ୍ତି। ହେଲେ ଏହି ପର୍ବ ଏବେ ସମସ୍ତେ ପାଳନ କରୁଥିବା ଦେଖିବାକୁ ମିଳିଲାଣି। ବିଶେଷ କରି କ୍ରିସ୍‌ମାସ ଆସିଲେ ଛୋଟ ଛୋଟ ପିଲାମାନେ ସାନ୍ତା କ୍ଲଜକୁ ଦେଖି ବେଶି ଖୁସି ହୋଇଥାଆନ୍ତି। ଏହି ପର୍ବରେ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଆଦିଙ୍କୁ କେତେ ପ୍ରକାରର ଉପହାର ଦିଆଯାଇଥାଏ। ବେଳେ ବେଳେ ଏହି ଉପହାରକୁ ଦେଇ ମଧ୍ୟ କେହି କେହି ଚିନ୍ତାରେ ପଡି ଯାଆନ୍ତି। ଏହି ପର୍ବରେ କ’ଣ ଉପହାର ଦେବା ଭଲ..
କ୍ରିସ୍‌ମାସ କେକ୍‌: ସୁନ୍ଦର ଭାବେ ସଜା ଯାଇଥିବା କେକ୍‌ ଯେ କୌଣସି ବ୍ୟକ୍ତିଙ୍କୁ ଉପହାର ଦେଲେ ସେ ଖୁସି ହୋଇଥାଆନ୍ତି।
ସାନ୍ତା କ୍ଲଜ ଡ୍ରେସ୍‌: ସାଧାରଣତଃ ଛୋଟ ପିଲାଙ୍କୁ ଏମିତି ଡ୍ରେସ୍‌ ଉପହାର ଦେଲେ ସେମାନେ ଖୁସି ଅନୁଭବ କରନ୍ତି।
କ୍ରିସ୍‌ମାସ ଟ୍ରି: ରଙ୍ଗ ବେରଙ୍ଗର ଆଲୋକରେ ସଜା ଯାଇଥିବା ଏହି ଟ୍ରି ସମସ୍ତଙ୍କ ମନ ମୋହିଥାଏ। ତେଣୁ ସାନ୍ତା କ୍ଲଜ ଡ୍ରେସ ସହ ଏହି ଟ୍ରି ମଧ୍ୟ ଉପହାର ଭାବେ ଦିଆଯାଇଥାଏ।
ଚକୋଲେଟ୍‌: କ୍ରିସ୍‌ମାସ ଅବସରରେ ଚକୋଲେଟ୍‌ ଗିଫ୍ଟ ମଧ୍ୟ ଦିଆଯାଇଥାଏ। କାରଣ ଏହି ସମୟରେ ମିଠା ଦେବାର ମଧ୍ୟ ପରମ୍ପରା ରହିଛି।

Share