ଖ୍ରୀଷ୍ଟ କଲେଜ ପରିସରରେ କ୍ରିସ୍‌ମାସ କ୍ୟାରୋଲ ଉତ୍ସବ

କଟକ ଅଫିସ,୮।୧୨: କଟକସ୍ଥିତ ଖ୍ରୀଷ୍ଟ କଲେଜ ପରିସରରେ କ୍ରିସ୍‌ମାସ କ୍ୟାରୋଲ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି କଟକ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚର ସଭାପତି ଲାଲମୋହନ ରାଉଳ କହିଥିଲେ, କଟକ ଭାଇଚାରା ସଂସ୍କୃତିରେ କ୍ୟାରେଲ ଉତ୍ସବ ଶାନ୍ତି ଓ ସଂହତିର ବାର୍ତ୍ତା ପ୍ରଦାନ କରେ। ଏଥିରେ ସମ୍ମାନିତ ଅତିଥି ଭାବେ ଡିସିପି ଅଖିଳେଶ୍ୱର ସିଂ, କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ ଯୋଗଦେଇଥିଲେ। ଅଧ୍ୟାପିକା ମଧୁସ୍ମିତା ଯାଚକ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ଆଦ୍ୟାଶା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଅଧ୍ୟକ୍ଷ ଡ. ସିଦ୍ଧାର୍ଥ କୁମାର ସାହୁ, ସଞ୍ଜୀବ ସାମନ୍ତରାୟ, ଡ. ବିଜୟିନୀ ମହାପାତ୍ର, ଦେବଜାନୀ ଦାଶ, ମୌସୁମୀ ମହାନ୍ତି ଓ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅଧ୍ୟାପିକା ମଧୁସ୍ମିତା ପାତ୍ର ଧନ୍ୟବାଦ ଦେଇଥିଲେ।