ଗଁ। ପ୍ରେମରେ ଜଗା

ଜଲିଉଡ୍‌ ଅଭିନେତା ଜଗା ଏବେ ଗଁ। ପ୍ରେମରେ ପଡ଼ିଯାଇଛନ୍ତି। କାରଣ ଗଁ। ପରିବେଶରେ ସେ ବଢ଼ିଛନ୍ତି। ତେଣୁ ଜନ୍ମ ମାଟିର ବାସ୍ନାକୁ ସେ ବା କେମିତି ଭୁଲିଯିବେ ?
ଏହାର ଅର୍ଥ ନୁହେଁ ଯେ ଜଗା ଅଭିନୟକୁ ଗୁଡବାୟ କହି ଗଁ।ରେ ରହୁଛନ୍ତି। ତାଙ୍କୁ ଏକ ଗାଉଁଲି ସାଦାସିଧା ଯୁବକ ଚରିତ୍ରରେ ଦେଖିବାକୁ ମିଳୁଛି ଅପେରା ବିଶ୍ୱଦରବାର ଦ୍ୱାରା ଚଳିତ ଯାତ୍ରା ସିଜନରେ ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’ରେ। ଇଂ କିଶୋର ମହାପାତ୍ରଙ୍କ ଦ୍ୱାରା ରଚିତ ଏବଂ ଆଗଧାଡ଼ିର ନିର୍ଦ୍ଦେଶକ ଇଂ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏହି ନାଟକରେ ଜଗା ନିଜ ଭୂମିକା (ଛୋଟୁ)କୁ ବେଶ୍‌ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ବିଦ୍ୟାଙ୍ଗ ଚରିତ୍ର ଦର୍ଶକ ପସନ୍ଦ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ନାଟକ ବ୍ୟତୀତ ‘ବର୍ଷା ରାତିର ସାଥୀ’ (ରଚନା – ଅଧ୍ୟାପକ ଦୀପକ ଜେନା, ନିର୍ଦ୍ଦେଶନା -ଗୁରୁ ପ୍ରସାଦ ମିଶ୍ର)ରେ ପୋଲିସ ଇନ୍ସପେକ୍ଟର ରମେଶ ଦାସ, ‘ଚଉଠି ରାତିର ଚଉଦ କଥା’ ଭୃଗୁ ମହାପାତ୍ର, ‘ଭଲ ପାଇବାକୁ ଭୟ ଲାଗୁଛି’ରେ ରାଜ୍‌ ଏବଂ ‘ଗୁପ୍ତ ସମ୍ପର୍କ’ରେ ଜୀବନ ଭୂମିକାରେ ତାଙ୍କୁ ଏଥର ଦେଖିବାକୁ ମିଳିଛି। ‘ଭୂମିକା ପଜିଟିଭ ହେଉ ବା ନେଗେଟିଭ-ତାହାକୁ କିପରି ତୁଲାଇବି ସେ ନେଇ ସବୁବେଳେ ଗୁରୁତ୍ୱ ଦିଏ। ଦର୍ଶକ ଆମ ପାଇଁ ଭଗବାନ। ସେମାନଙ୍କର ତାଳି ଆମକୁ ଆଗକୁ ଯିବାକୁ ସାହାଯ୍ୟ କରେ। ହେଲେ ମୁଁ ସବୁବେଳେ ସେମାନଙ୍କର ତାଳି ଏବଂ ଗାଳିକୁ ସମ୍ମାନ ଦିଏ। ସଂପ୍ରତି ଚଳିତ ଯାତ୍ରା ସିଜନ୍‌ରେ ଜଗା ଅପେରା ବିଶ୍ୱ ଦରବାରରେ ନିଜର ଅଭନୟ ଜାରି ରଖିଛନ୍ତି।

Share