ଗଁ। ମୁଣ୍ଡରେ ସଚେତନ କଲେ ଯୁବଗୋଷ୍ଠୀ

କେନ୍ଦୁଝର, ୨୬ା୩(ନରେଶ ପଟ୍ଟନାୟକ)-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା ପରେ ସବୁଠି କଟକଣା ଲାଗୁ ହୋଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭଣ୍ଡାରଡିହା ପଞ୍ଚାୟତ ପଦନପୁର ଗ୍ରାମର ଯୁବକମାନେ ନିଜ ଆଡୁ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି। ଗ୍ରାମକୁ ଯେଭଳି ବାହାର ଲୋକେ କେହି ଆସିପାରିବେ ନାହିଁ କି ଜରୁରୀ ନ ଥିଲେ ଗଁ। ଲୋକ ବାହାରକୁ ଯିବେ ନାହିଁ ସେନେଇ ବ୍ୟବସ୍ଥା କରାଯାଇଛି। ସେମାନେ ରାସ୍ତାରେ ପଥର ପକାଇ ବାଉଁଶ ବାନ୍ଧି ଅବରୋଧ କରିଛନ୍ତି। ଯୁବକମାନେ ସେଠାରେ ଜଗି ରହି ବାହାରୁ ଆସୁଥିବା ଲୋକଙ୍କୁ ସଚେତନ କରି ହାତ ଧୋଇ ଫେରାଇ ଦେଉଛନ୍ତି। ଯେଉଁଠି ପୋଲିସ ଓ ପ୍ରଶାସନ ଲୋକଙ୍କ ଚଳପ୍ରଚଳକୁ ରୋକିବାରେ ଫେଲ୍‌ ମାରୁଛି ସେଠାରେ ଯୁବକମାନଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଆନନ୍ଦ ଚରଣ ପୃଷ୍ଟି ନାମକ ଜଣେ ପରିବା ବେପାରୀ କହିଛନ୍ତି ଯେ, ସେ ମାସ୍କ ପିନ୍ଧି ନ ଥିବାରୁ ଗ୍ରାମବାସୀ ଭିତରକୁ ଛାଡିଲେ ନାହିଁ । ପଦନପୁର ବାସିନ୍ଦା ଚନ୍ଦ୍ରଶେଖର ସାହୁ କହିଛନ୍ତି, କରୋନା ସଂକ୍ରମଣ ରୋକିବା ଓ ଗ୍ରାମକୁ ସୁସ୍ଥ ରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ନିର୍ମଳ କୁମାର ରାଉତ କହିଛନ୍ତି, ଅଜଣା ବ୍ୟକ୍ତିଙ୍କୁ ଗ୍ରାମକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଜରୁରୀ କାମ ନ ଥିଲେ କାହାରିକୁ ଛଡାଯାଉ ନାହିଁ।